ଓଡିଶାର ପ୍ରାକ-ଐତିହାସିକ ଆଦିମ ଅଧିବାସୀ
ପ୍ରାକ-ଐତିହାସିକ ଯୁଗରୁ ଓଡିଶାରେ ବିଭିନ୍ନ ଆଦିମ ଅଧିବାସୀ ମାନେ ବସବାସ କରି ଆସୁଥିଲେ । କେଉଁ ପ୍ରକାର ଆଦିମ ଅଧିବାସୀ ଓଡିଶାର ଆଦି ବାସିନ୍ଦା ଅଟନ୍ତି ତାହା କହିବା ସମ୍ଭବ ନଥିଲେବି ସଉରା ବା ଶବର ଜାତିର ଅଧିବାସୀ ମାନେ ମହାଭାରତ ଯୁଗରୁ ଓଡିଶାରେ ପ୍ରତିଷ୍ଠିତ ଥିଲେ ଏହା ନିଃସନ୍ଦେହ । ଜଣାପଡେ ଏହି ଶବର ମାନେ ଓଡିଶାର ମୁଖ୍ୟ ଆଦିମ ଅଧିବାସୀ ଥିଲେ ଏବଂ ସେମାନେ ହିନ୍ଦୁ ଧର୍ମ ବିଶ୍ଵାସୀ ଓ ପ୍ରଥା-ପରମ୍ପରା ପ୍ରତି ଅନୁରକ୍ତ ଥିଲେ । ଏହାଛଡା କୋରାପୁଟର ବଣ୍ଡା ଓ ପରଜା ସଂପ୍ରଦାଯର ଅଧିବାସୀ ମାନେ ମଧ୍ୟ ବହୁ ପ୍ରାଚୀନ ଏବଂ ଶବର ଜାତୀୟ ବୋଲି ଜଣାପଡେ । ବିଭିନ୍ନ ଐତିହାସିକ ଖନନ ପ୍ରମାଣିତ କରେ, ଓଡିଶାର ଇତିହାସ ପାଞ୍ଚ ହଜାର ବର୍ଷ ତଳର ପ୍ରାଚୀନ । କଳିଙ୍ଗ ପୂର୍ବରୁ ଏହାର ନମଥିଲା ‘ଉଡ୍ର ବା ଓଡ୍ର ଦେଶ’ । ଓଡ୍ର ହେଉଛି ଓଡିଶାର ଏକ ପ୍ରାଚୀନ ସଂପ୍ରଦାୟ ବା ଆଦିମ ଅଧିବାସୀ । ସେହି ସମ୍ପ୍ରଦାୟ ମାନଙ୍କ ନାମରେ ଓଡିଶାର ପ୍ରାଚୀନ ନାମ ଓଡ୍ର ଦେଶ ଥିଲା ବୋଲି ଅନୁମାନ କରାଯାଏ । ଏହି ପ୍ରାଚୀନ ଓଡ୍ର ଦେଶ ମହାନଦୀ ଉପତ୍ୟକା ଓ ସୁବର୍ଣ୍ଣରେଖା ନଦୀର ତଳି ଅଞ୍ଚଳ ମଧ୍ୟରେ ସୀମିତ ଥିଲା , ଯାହାକି ଆଧୁନିକ କଟକ-ସମ୍ବଲପୁର ଓ ମେଦିନାପୁରର ଆଂଶିକ ଅଞ୍ଚଳ ମଧ୍ୟରେ ପରିମିତ ଥିଲା । ଉଡ୍ର ବା ଓଡ୍ର ଆଦିମ ଅଧିବାସୀ ମାନେ ଆଧୁନିକ ଖୋର୍ଦ୍ଧା ଓ ନୟାଗଡ ଅଞ୍ଚଳରେ ମଧ୍ୟ ବସବାସ କରୁଥିଲେ ।
ଓଡିଶାର ପ୍ରମୂଖ ଏବଂ ପ୍ରାଚୀନ ବୌଦ୍ଧ କ୍ଷେତ୍ର
ଓଡିଶାର ମୁଖ୍ୟ ବୌଦ୍ଧ କ୍ଷେତ୍ର ଗୁଡିକ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ଖ୍ରୀଷ୍ଟପୂର୍ବ ଏକାଦଶ ଶତାବ୍ଦୀ ମଧ୍ୟରେ ବିସ୍ତାର ଲାଭ କରିଥିଲା । ମହାନଦୀ, ବ୍ରାହ୍ମଣୀ ଓ ଚିତ୍ରୋତ୍ପଳା ନଦୀ ଉପତ୍ୟକା ମାନଙ୍କରେ ଓଡିଶାର ପ୍ରମୂଖ ବୌଦ୍ଧ କ୍ଷେତ୍ର ଗୁଡିକ ଗଢି ଉଠିଥିଲା । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ସମ୍ରାଟ ଅଶୋକଙ୍କ ଦ୍ଵାରା କଳିଙ୍ଗ ଅଧିକୃତ ହେବାପରେ ତାଙ୍କ ଜୀବନରେ ଏକ ଅଦ୍ଭୂତପୂର୍ବ ପରିବର୍ତ୍ତନ ଆସିଥିଲା । ଦୟା ନଦୀ କୂଳରେ ସଂଗଠିତ କଳିଙ୍ଗ ଯୁଦ୍ଧର ବିଭୀଷିକା ସମ୍ରାଟ ଅଶୋକଙ୍କ ହ୍ରୁଦୟକୁ ଅତ୍ୟନ୍ତ ମର୍ମାହତ କରିଥିଲା ଯାହାଫଳରେ ସେ ଚଣ୍ଡାଶୋକରୁ ଧର୍ମାଶୋକକୁ ନିଜକୁ ପରିବର୍ତ୍ତିତ କରିଥିଲେ । ତା’ପର ଠାରୁ ସେ ବୌଦ୍ଧ ଧର୍ମର ପ୍ରଚାର ଓ ପ୍ରସାର ନିମନ୍ତେ ନିଜ ଜୀବନକୁ ମୃତ୍ତ୍ୟୁ ପର୍ଯ୍ୟନ୍ତ

ପର୍ଯ୍ୟନ୍ତ ନିଯୋଜିତ ରଖିଥିଲେ । ଧଉଳି ଗିରିର ବୌଦ୍ଧ କୀର୍ତ୍ତିରାଜି ହେଉଛି ତାଙ୍କର ଅନବଦ୍ୟ ସୃଷ୍ଟି । ଯାହାକି ପୃଥିବୀର ସର୍ବ ପୁରାତନ ବୌଦ୍ଧ କ୍ଷେତ୍ରର ସ୍ଵାକ୍ଷର ବହନ କରେ । ଏହାଛଡା ଯାଜପୁରର ଲାଙ୍ଗୁଡି ପାହାଡର ବୌଦ୍ଧ କିର୍ତ୍ତୀରାଜି ମଧ୍ୟ ଅନେକ ପ୍ରାଚୀନ । ଲଳିତଗିରି, ରତ୍ନଗିରି ଏବଂ ଉଦୟଗିରି ହେଉଛି ଓଡିଶାର ଅନେକ ପୁରାତନ ବୌଦ୍ଧ କ୍ଷେତ୍ର । ରତ୍ନଗିରି ହେଉଛି ଭାରତର ସର୍ବ ବୃହତ ବୌଦ୍ଧ କ୍ଷେତ୍ର । ଏଥିରୁ ଅନୁମେୟ ଓଡିଶା ଥିଲା ବୌଦ୍ଧ ଧର୍ମର ପେଣ୍ଠସ୍ଥଳ । ପ୍ରାଚୀନ କଳା, ସ୍ଥାପତ୍ୟ ଓ କରିଗରୀରେ ଓଡିଶାର ବାସିନ୍ଦା ଖୁବ ନିପୁଣ ଥିଲେ । ଆଉ ଓଡିଶା ଥିଲା ସମଗ୍ର ଭାରତରେ ସର୍ବଶ୍ରେଷ୍ଠ ସ୍ଥାନ ଯେଉଁଠି ଏହି ସବୁ କଳା, ସ୍ଥାପତ୍ୟର ବିକାଶ ନିମନ୍ତେ ଖୁବ ଅନୁକୂଳ ବାତାବରଣ ଥିଲା । ଲଳିତଗିରିର କଳା, ସ୍ଥାପତ୍ୟର ନଜିର ଭାରତର ଅନ୍ୟତମ ବୌଦ୍ଧ କିର୍ତ୍ତୀ ଅଜଂତା ଏବଂ ଏଲୋରା ଗୁମ୍ଫାରେ ମଧ୍ୟ ଦେଖିବାକୁ ମିଳେ ।
ପ୍ରାଚୀନ ଜଳସେଚନ ବ୍ୟବସ୍ଥାରେ ବହୃତ ହେଉଥିବା ‘ତେଣ୍ଡା’
ତେଣ୍ଡା ହେଉଛି ପ୍ରାଚୀନ ଜଳସେଚନ ବ୍ୟବସ୍ଥାରେ ବ୍ୟବହୃତ ହେଉଥିବା ଏକ ଦେଶୀୟ ଯନ୍ତ୍ର । ଏହା ଏକ ପ୍ରଥମ ଶ୍ରେଣୀୟ ଭାରଯନ୍ତ୍ର ଅଟେ । ତିନି ଗୋଟି ବାଉଁଶ ବା କାଠ ସାହାଯ୍ୟରେ ଏହି ଭାରଯନ୍ତ୍ରଟି ନିର୍ମାଣ କରାଯାଇଥାଏ । ଦୁଇଗୋଟି କାଠ ବା ବାଉଁଶର ଖୁଣ୍ଟ ମଝିରେ ଆଉ ଏକ ଲମ୍ବା ବାଉଁଶକୁ ଜଳଉତ୍ସ ପର୍ଯ୍ୟନ୍ତ ପକାଇ ଚାଷଜମିକୁ ପାଣି ମଡା ଯାଇଥାଏ । ବୈଜ୍ଞାନିକ ପଦ୍ଧତ୍ତିରେ ଉନ୍ନତ୍ତ ଜଳସେଚନ ବ୍ୟବସ୍ଥାର ଉଦ୍ଭାବନ ପୂର୍ବରୁ ଆମ ରାଜ୍ୟରେ ଏହି ପଦ୍ଧତିରେ ଚାଷଜମିକୁ ବିଭିନ୍ନ ଜଳଉତ୍ସ ଯଥା : କୂଅ, ପୋଖରୀ, ନଈ, ନାଳ ଇତ୍ୟାଦିରୁ ପାଣି ସଂଗ୍ରହ କରି ଚାଷବାସ କରାଯାଉଥିଲା । ଅଦ୍ୟାବଧି ଓଡିଶାର ଦୁର୍ଗମ ଅଞ୍ଚଳରେ ଯେଉଁଠି ଆଧୁନିକ ବିଜ୍ଞାନର ସୁବିଧା ସୁଯୋଗ ଅପହଞ୍ଚ ସେଠାରେ ଏହି ପ୍ରାଚୀନ ଜଳସେଚନ ବ୍ୟବସ୍ଥାର ବ୍ୟବହାର ଦେଖିବାକୁ ମିଳେ ।

ଗୌତମଙ୍କର ମନ ପରିବର୍ତ୍ତନ : ମନୁଷ୍ୟର ଜନ୍ମ-ବାର୍ଦ୍ଧକ୍ୟ-ରୋଗ-ଦୁଃଖ-କ୍ଳେଶ ଓ ମୃତ୍ୟୁ
ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ଵର ଜନପଦରେ ହୋଇଥିଲା । ଅଶୋକଙ୍କ ଶିଳାଲେଖ, ଜଉଗଡ଼ର ଶିଳାଲେଖ ଓ ସେକାଳରେ ଓଡ଼ିଶାରେ ପ୍ରଚଳିତ ଭାଷା ପାଲି ଭାଷାର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ । ତେବେ କିଛି ଗବେଷକଙ୍କ ମତରେ ବୁଦ୍ଧଙ୍କ ଜନ୍ମ ନେପାଳର କପିଳବାସ୍ତୁ ଠାରେ । କପିଳାବାସ୍ତୁ ନଗର ପରିଭ୍ରମଣ କଲାବେଳେ ଗୌତମ ଏକ ଜରାଗ୍ରସ୍ତ, ଏକ ରୁଗ୍ଣ ବ୍ୟକ୍ତି ଏବଂ ଏକ ଶବ ଦେଖିବାରୁ ମନରେ ଗଭୀର ଦୁଃଖ ଅନୁଭବ କଲେ । ମନୁଷ୍ୟର ଜନ୍ମ ,ବାର୍ଦ୍ଧକ୍ୟ,ରୋଗ,ଦୁଃଖ, କ୍ଳେଶ, ମୃତ୍ୟୁ ଇତ୍ୟାଦି ବିଷୟ ଚିନ୍ତାକରି ସେ ଦୁଖଃରେ ଅଭିଭୂତ ହୋଇପଡ଼ିଲେ । ସେ ଏସବୁଥିରୁ ମୁକ୍ତିଲାଭ କରିବାର ଉପାୟ ଚିନ୍ତା କରିବାକୁ ଲାଗିଲେ । ଏହି ସମୟରେ ଦିନେ ସେ