top of page

ଜୟ ଜଗନ୍ନାଥ

ଆହେ ଜଗନ୍ନାଥ ହେ ଜଗନ୍ନାଥ

ତୁମରି ହାତରେ ପ୍ରଭୁ ସଂସାର ରଥ

ନିଳାଚଳ ଧାମେ ଆଜି ତୁମରି ଯାତରା

ଭକ୍ତମାନେ କରୁଥାନ୍ତି ତୁମରି ଡାକରା

ଆହେ ଜଗନ୍ନାଥ ହେ ଜଗନ୍ନାଥ

ତୁମରି ହାତରେ ପ୍ରଭୁ ସଂସାର ରଥ

ତୁମରି ଦର୍ଶନ ପାଇ ଭକ୍ତ ହୁଅନ୍ତି ଖୁସି

ତୁମକୁ ଦେଖିଲେ ପ୍ରଭୁ ଲୁହ ଆସେ ଭାସି

ଏ ଘର ସଂସାର ପ୍ରଭୁ ଅଟେ ମହୋମାୟା

ଏ ମଣିଷ ଏତେ କଥା ଜଣେନା କିଆ

ଭକତ ଦୁଖରେ ପ୍ରଭୁ ତୁମେ ହୋଇଥାଅ ଦୁଖୀ

ତୁମ ପରି ଠାକୁର ଜଗତରେ କେ ଅଛି

​( ଝିଲି )

ଆଶିଷ ଦିଅ ଢାଳି

ସଳିତା ହୋଇ ଯିବି ମୁଁ ଜଳି

ଅନ୍ଧାର ଦେବି ନାଶି,

ଫୁଲଟେ ଫୁଟି ମହକ ଦେଇ 

​ବାଣ୍ଟିବି ଖୁସି ବାସି,

ନଈଟେ ହୋଇ ଯିବି ମୁଁ ବହି

ସକଳ ବାଧା ଟଳି,

ଚନ୍ଦନ ପରି କୋଇବୀ ବୋଳି 

ପ୍ରଶଂସା ସାଥେ ଗାଳି,

ଦୋଷ କାହାର ଧରିବି ନାହିଁ 

ଦେଖିବି ନାହିଁ ଖୁଣ,

ଇର୍ଷା ନ କରି ପାଇବି ସଦା

ସଭିଙ୍କ ଯଶ ଗୁଣ,

ମିନତି ମୋର ଆହେ ଠାକୁର 

ଆଶିଷ ଦିଅ ଢାଳି,

ଅଜ୍ଞାନ ନାଶି ଦିଅ ହେ ପ୍ରଭୁ

ଜ୍ଞାନର ଦୀପ ଜାଳି.

( ଝିଲି )

© 2016 by DILLIP KUMAR. Proudly created with Wix.com

bottom of page